ଅଧିବେଶନ ସମୀକ୍ଷା

ଅଧିବେଶନ ସମୀକ୍ଷା

ଅଧିବେଶନ ୧

ପରିକଳ୍ପନା

ଯୁମେ କୁ ସ୍ୱାଗତ - ଆପଣ ଦେଖି ପାରିବେ ଯେ ଈଶ୍ୱର କିପରି ସରଳ କାର୍ଯ୍ୟ କରୁଥିବା ସାଧାରଣ ଲୋକମାନଙ୍କୁ ବୃହତ୍ ପ୍ରଭାବ ନିମନ୍ତେ ବ୍ୟବହାର କରିଥାନ୍ତି |
ଆଜ୍ଞାମାନିବାକୁ ସେମାନଙ୍କୁ ଶିକ୍ଷାଦିଅ - ଏକ ଶିଷ୍ୟ ହୋଇଥିବା, ଶିଷ୍ୟ ନିର୍ମାଣ କରିବା ଏବଂ ମଣ୍ଡଳୀ କ'ଣ ଅଟେ ଏହାର ମର୍ମକୁ ଆବିଷ୍କାର କରନ୍ତୁ |
ଆଧ୍ୟାତ୍ମିକ ଶ୍ୱାସକ୍ରିୟା - ଏକ ଶିଷ୍ୟ ହୋଇଥିବାର ଅର୍ଥ ହେଉଛି ଆମେ ଈଶ୍ୱରଙ୍କ ଠାରୁ ଶୁଣୁ ଏବଂ ଈଶ୍ୱରଙ୍କ ଆଜ୍ଞାମାନୁ |

ଉପକରଣ

ଏସ୍.‍ଓ.ଏ.ଏପି.ଏସ୍‌ ବାଇବଲ ପଠନ - ଦୈନିକ ବାଇବଲ ଅଧ୍ୟ‍ୟନ ନିମନ୍ତେ ଏକ ଉପକରଣ ଯାହା ଆପଣଙ୍କୁ ବୁଝିବା, ଆଜ୍ଞାମାନିବା ଏବଂ ଈଶ୍ୱରଙ୍କ ବାକ୍ୟ ବିତରଣ କରିବାରେ ସାହାଯ୍ୟ କରେ |
ଉତ୍ତରଦାୟୀ ଦଳସମୁହ - ସମାନ ଲିଙ୍ଗର ଦୁଇ ଅଥବା ତିନି ଜଣଙ୍କ ପାଇଁ ସପ୍ତାହିକ ରୁପେ ବୈଠକ କରିବାକୁ ଏବଂ ଭଲ କାର୍ଯ୍ୟ ହେଉଥିବା କ୍ଷେତ୍ର‌ରେ ପରସ୍ପରକୁ ପ୍ରତ୍ସାହିତ କରିବାକୁ ଓ ସଂଶୋଧନ ଆବଶ୍ୟକ ଥିବା କ୍ଷେତ୍ରକୁ ପ୍ରକଟ କରିବାକୁ ଏକ ଉପକରଣ ଅଟେ |

ଅଭ୍ୟାସ କରନ୍ତୁ

ଉତ୍ତରଦାୟୀ ଦଳସମୁହ - ଦୁଇ ଅଥବା ତିନି ଜଣର ଦଳରେ ବିଭକ୍ତ ହୋଇ ଉତ୍ତରଦାୟୀ ପ୍ରଶ୍ନଗୁଡ଼ିକ ଦେଇ ଚର୍ଚ୍ଚା କରନ୍ତୁ (୪୫ମିନିଟ୍)

ଅଧିବେଶନ ୨

List 100 people you know, 3 categories: those who follow Jesus, those who don't follow Jesus, those they're not sure about

ପରିକଳ୍ପନା

ଉତ୍ପାଦକ ବନାମ୍‌ ଉପଭୋକ୍ତା - ଆପଣ ଚାରିଗୋଟି ପଥ ଆବିଷ୍କାର କରିବେ ଯେ ଈଶ୍ୱର କିପରି ଦୈନ‍ନ୍ଦିନ ଅନୁଗାମୀ ମାନଙ୍କୁ ଅଧିକ ରୁପେ ଯୀଶୁଙ୍କ ଭଳି କରନ୍ତି |

ଉପକରଣ

ପ୍ରାର୍ଥନା ଚକ୍ର - ପ୍ରାର୍ଥନାରେ ଏକ ଘଣ୍ଟା ସମୟ ବିତାଇବା କେତେ ସହଜ ଦେଖନ୍ତୁ |
୧୦୦ର ତାଲିକା - ଏକ ଉପକରଣ ଯାହା ଆପଣଙ୍କ ସମ୍ପର୍କଗୁଡ଼ିକର ଉତ୍ତମ ପରିଚାରକ ହେବାକୁ ସାହାଯ୍ୟ କରିଥାଏ |

ଅଭ୍ୟାସ କରନ୍ତୁ

ପ୍ରାର୍ଥନା ଚକ୍ର - ବ୍ୟକ୍ତିଗତ ରୁପେ ୬୦ମିନିଟ୍‌ ପ୍ରାର୍ଥନାରେ ସମୟ ବ୍ୟତିତ କରନ୍ତୁ |
୧୦୦ର ତାଲିକା - ଆପଣଙ୍କ ନିଜର ୧୦୦ଜଣଙ୍କ ତାଲିକା ତିଆରି କରନ୍ତୁ (୩୦ମିନିଟ୍‌)

ଅଧିବେଶନ ୩

Whoever can be trusted with very little can also be trusted with much. - Jesus. Breathe in, hear, breathe out, obey and share. Giving God's blessings
Obey, do, practise, share, teach, pass on

ପରିକଳ୍ପନା

ଆଧ୍ୟତ୍ମିକ ଅର୍ଥନିତୀ - ଜଗତର ଅର୍ଥନିତୀ ଠାରୁ ଈଶ୍ୱରଙ୍କ ଅର୍ଥନିତୀ କିପରି ଭିନ୍ନ ଏହା ଶିକ୍ଷା କରନ୍ତୁ | ଈଶ୍ୱର ତାଙ୍କ ଜୀବନରେ ଅଧିକ ନିବେଶ କରିଥା‍ଆନ୍ତି ଯିଏ ଆଗରୁ ଦିଆଯାଇଥିବା ବିଷୟଗୁଡ଼ିକରେ ବିଶ୍ୱସ୍ତ ଅଟନ୍ତି |
ସୁସମାଚାର - ଈଶ୍ୱରଙ୍କ ସୁସମାଚାର ମନୁଷ୍ୟର ସୃଷ୍ଟିରୁ ଆରମ୍ଭ କରି ଯୁଗାନ୍ତ ପର୍ଯ୍ୟନ୍ତ ବିତରଣ କରିବାକୁ ଶିକ୍ଷା କରନ୍ତୁ |

ଉପକରଣ

ବାପ୍ତିସ୍ମ - ଯୀଶୁ କହିଲେ, " ଯା‍ଅ ଓ ସମସ୍ତ ଜାତିର ଲୋକଙ୍କୁ ମୋର ଶିଷ୍ୟ କର, ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ..." ଏହାକୁ କିପରି ଅମଳ କରାଯାଏ ଶିଖନ୍ତୁ |

ଅଭ୍ୟାସ କରନ୍ତୁ

ଇଶ୍ୱରଙ୍କ କାହାଣୀ ବିତରଣ କରନ୍ତୁ - ଦୁଇ ଅଥବା ତିନି ଜଣିକିଆ ଦଳରେ ବିଭକ୍ତ ହୁଅନ୍ତୁ ଓ ଈଶ୍ୱରଙ୍କ କାହାଣୀ ବିତରଣ କରିବା ଅଭ୍ୟାସ କରନ୍ତୁ | (୪୫ମିନିଟ୍‌)

ଅଧିବେଶନ ୪

ପରିକଳ୍ପନା

ମହାନତମ ଆଶୀଷ - ଯୀଶୁଙ୍କର କେବଳ ଗୋଟିଏ ଅନୁଗାମୀଙ୍କୁ ନୁହଁ କିନ୍ତୁ ଏକ ସମଗ୍ର ଆତ୍ମିକ ପରିବାର ଯିଏକି ଆଗାମୀ ପିଢ଼ିମାନଙ୍କୁ ମଧ୍ୟ ବହୁଗୁଣିତ କରିବାକୁ ଏକ ସରଳ ଶୈଳି ଶିଖନ୍ତୁ |
ଦେଖିବାକୁ ଚ‍କ୍ଷୁ - ଈଶ୍ୱରଙ୍କ ରାଜ୍ୟ କେଉଁଠାରେ ନାହିଁ ଏହା ଦେଖିବା ଆରମ୍ଭ କରନ୍ତୁ | ଏହା ସେହି ସ୍ଥଳ ଯେଉଁଠାରେ ଈଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକରିବାକୁ ଚାହାନ୍ତି |
ଶିଶୁ ବତକ ଶିଷ୍ୟତ୍ୱ - ଶିଶୁବତକ ସହ ଶିଷ୍ୟ ନିର୍ମାଣର ସମ୍ପର୍କ କ'ଣ ଜାଣନ୍ତୁ |

ଉପକରଣ

୩-ମିନିଟ୍‍ ସାକ୍ଷ - ଯୀଶୁ କିପରି ଆପଣଙ୍କ ଜୀବନକୁ ପ୍ରଭାବିତ କଲେ କହିବା ଦ୍ୱାରା ଆପଣଙ୍କ ସାକ୍ଷ ତିନି ମିନିଟ୍‌ରେ ବିତରଣ କରିବା ଶିକ୍ଷା କରନ୍ତୁ |
ପ୍ରଭୁଭୋଜ - ଯୀଶୁଙ୍କ ସହିତ ଆମର ଅନ୍ତରଙ୍ଗ ଏବଂ ଜାରିଥିବା ସମ୍ପର୍କକୁ ଉତ୍ସବ କରିବା ପାଇଁ ଏହା ଏକ ସରଳ ମାର୍ଗ ଅଟେ | ଉତ୍ସବ କରିବାକୁ ଏକ ସରଳ ମାର୍ଗ ଶିକ୍ଷା କରନ୍ତୁ |

ଅଭ୍ୟାସ କରନ୍ତୁ

ଆପଣଙ୍କ ସାକ୍ଷ ବିତରଣ କରିବା - ଦୁଇ ଅଥବା ତିନି ଜଣିକିଆ ଦଳରେ ବିଭକ୍ତ ହୋଇ ଅନ୍ୟମାନଙ୍କ ସହ ଆପଣା ସାକ୍ଷ ବିତରଣ କରିବା ଅଭ୍ୟାସ କରନ୍ତୁ | (୪୫ମିନିଟ୍)
ପ୍ରଭୁଭୋଜ - ଏକ ଦଳଭାବରେ ଏକତ୍ର ହୋଇ ଏହା କରିବାକୁ ସମୟ ନିଅନ୍ତୁ | (୧୦ମିନିଟ୍)

ଅଧିବେଶନ ୫

ପରିକଳ୍ପନା

ଶାନ୍ତିପ୍ରିୟ ଲୋକ - ଜଣେ ଶାନ୍ତିପ୍ରିୟ ଲୋକ କିଏ ହୋଇପାରନ୍ତି ଓ ଜଣକୁ ପାଇଛନ୍ତି ବୋଲି ଆପଣ କିପରି ଜାଣିବେ ଶିଖନ୍ତୁ |

ଉପକରଣ

ପ୍ରାର୍ଥନା ବିଚରଣ - ଅନ୍ୟମାନଙ୍କ ଶକାସେ ପ୍ରାର୍ଥନା କରିବାକୁ ଦେଇଥିବା ଈଶ୍ୱରଙ୍କ ଆଜ୍ଞାକୁ ପାଳନ କରିବାର ଏକ ସରଳ ମାର୍ଗ | ଏବଂ ଏହାର ତାତ୍ପର୍ଯ୍ୟ ଏହାର ଶବ୍ଦରେ ହିଁ ରହିଛି - ଆଖପାଖରେ ଚାଲୁଥିବା ସମୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା !

ଅଭ୍ୟାସ କରନ୍ତୁ

ବି.ଏଲ୍‌.ଇ.ଏସ୍‌.ଏସ୍‌ ପ୍ରାର୍ଥନା - ଅନ୍ୟମାନଙ୍କ ଶକାସେ ପ୍ରାର୍ଥନା କରିବାରେ ଆପଣଙ୍କୁ ସ୍ମରଣ କରିଦେବାକୁ ଏକ ସରଳ ସ୍ମୃତି ସହାୟକ ଅଭ୍ୟାସ କରନ୍ତୁ |
ପ୍ରାର୍ଥନା ବିଚରଣ - ଦୁଇ ଅଥବା ତିନି ଜଣିକିଆ ଦଳରେ ବିଭକ୍ତ ହୋଇ ସମ୍ପ୍ରଦାୟ ମଧ୍ୟକୁ ଯାଇ ପ୍ରାର୍ଥନା ବିଚରଣ ଅଭ୍ୟାସ କରନ୍ତୁ | (୬୦-୯୦ମିନିଟ୍)

ଅଧିବେଶନ ୬

ପରିକଳ୍ପନା

ବିଶ୍ୱସ୍ତ‍ତା - ଶିଷ୍ୟମାନେ କ'ଣ ଜାଣିଛନ୍ତି ଏହା ଗୁରୁତ୍ୱପୁର୍ଣ୍ଣ ଅଟେ - କିନ୍ତୁ ଏହା ଅତିଗୁରୁତ୍ୱପୁର୍ଣ୍ଣ ଯେ ସେମାନେ ଜାଣିଥିବା ବିଷୟରେ ସେମାନେ କ'ଣ କରିଥା‌ଆନ୍ତି |

ଉପକରଣ

୩/୩ ଦଳ ପ୍ରାରୁପ - ଏକ ୩/୩ ଦଳ ଯୀଶୁଙ୍କ ଅନୁଗାମୀମାନଙ୍କ ପାଇଁ ଭେଟିବା, ପ୍ରାର୍ଥନା କରିବା, ଶିକ୍ଷା କରିବା, ବୃଦ୍ଧି ପାଇବା, ଆଜ୍ଞାମାନିବାକୁ ଅଭ୍ୟାସ କରିବା ଓ ଶିକ୍ଷା କରିଥିବା ବିଷୟକୁ ବିତରଣ କରିବାର ଏକ ମାର୍ଗ | ଏହି ରୁପେ, ଏକ ୩/୩ ଦଳ କେବଳ ଏକ ଛୋଟ ଦଳ ନୁହେଁ କିନ୍ତୁ ଏକ ସରଳ ମଣ୍ଡଳୀ ଅଟେ | (୮୦ମିନିଟ୍)

ଅଧିବେଶନ ୭

ପରିକଳ୍ପନା

ପ୍ରଶିକ୍ଷଣ ଚକ୍ର - ପ୍ରଶିକ୍ଷଣ ଚକ୍ରକୁ ଅଭ୍ୟାସ କରନ୍ତୁ ଏବଂ ଆପଣଙ୍କ ଶିଷ୍ୟ ନିର୍ମାଣରେ ଏହା କିପରି ଲାଗୁ ହୋଇପାରେ ଏହା ବିଚାର କରନ୍ତୁ |

ଅଭ୍ୟାସ କରନ୍ତୁ

୩/୩ ଦଳ - ୩/୩ ଦଳର ପ୍ରାରୁପକୁ ଅଭ୍ୟାସ କରିବାକୁ ସମଗ୍ର ଦଳ ୯୦ମିନିଟ୍‌ ସମୟ ବିତାଉନ୍ତୁ |

ଅଧିବେଶନ ୮

ପରିକଳ୍ପନା

ନେତୃତ୍ୱ କକ୍ଷଗୁଡ଼ିକ - ନେତୃତ୍ୱ କକ୍ଷ ଏକ ମାଧ୍ୟମ ଅଟେ ଯେଉଁଠାରେ ନେତୃତ୍ୱ କରିବାକୁ ଆହୁତ ବୋଲି ଅନୁଭବ କରୁଥିବା ବ୍ୟକ୍ତି ସେବା କରିବା ଦ୍ୱାରା ନେତୃତ୍ୱ କରିବା ଅଭ୍ୟାସ କରି ପାରନ୍ତି |

ଅଭ୍ୟାସ କରନ୍ତୁ

୩/୩ ଦଳ - ୩/୩ ଦଳର ପ୍ରାରୁପକୁ ଅଭ୍ୟାସ କରିବାକୁ ସମଗ୍ର ଦଳ ୯୦ମିନିଟ୍‌ ସମୟ ବିତାଉନ୍ତୁ |

ଅଧିବେଶନ ୯

ପରିକଳ୍ପନା

ଅଣ-ଅନୁକ୍ରମିକ - ଶିଷ୍ୟ ନିର୍ମାଣ କିପରି ରୈଖିକ ହେବା ଆବଶ୍ୟକ ନୁହେଁ ଜାଣନ୍ତୁ | ଏକ ସମୟରେ ଅନେକ ବିଷୟ ଘଟିପାରେ |
ଗତି - ବହୁଗୁଣିତ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଶୀଘ୍ର ବହୁଗୁଣିତ ହେବା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ | ଗତି କାହିଁକି ଗୁରୁତ୍ୱପୁର୍ଣ୍ଣ ଦେଖନ୍ତୁ |
ଦୁଇଟି ମଣ୍ଡଳୀର ଅଂଶ - ଯିବା ଏବଂ ରହିବା ଦ୍ୱାରା ଯୀଶୁଙ୍କ ଆଜ୍ଞାମାନିବାକୁ ଶିକ୍ଷା କରନ୍ତୁ |

ଅଭ୍ୟାସ କରନ୍ତୁ

୩-ମାସ-ଯୋଜନା - ଆଗାମୀ ତିନି ମାସରେ ଆପଣ ଯୁମେ ଉପକରଣକୁ କିପରି ଉପଯୋଗ କରିବେ ଏହାର ଯୋଜନା ତିଆରି ଏବଂ ବିତରଣ କରନ୍ତୁ | (୬୦ମିନିଟ୍)

ଅଧିବେଶନ ୧୦ - ଉଚ୍ଚସ୍ତରୀୟ ତାଲିମ୍‌

ପରିକଳ୍ପନା

ନେଟ୍‌‌ୱାର୍କସ୍‌ରେ ନେତୃତ୍ୱ - ବୃଦ୍ଧି ପାଉଥିବା ମଣ୍ଡଳୀଗୁଡ଼ିକ କିଭଳି ପରସ୍ପର ସହିତ ସଂଯୁକ୍ତ ହୋଇରୁହନ୍ତି ଏବଂ ବିସ୍ତୃତ ଓ ଆଧ୍ୟାତ୍ମିକ ପରିବାର ରୁପେ ଏକତ୍ର ଜୀବନ ଯାପନ କରନ୍ତି ଜାଣନ୍ତୁ |

ଉପକରଣ

ପ୍ରଶିକ୍ଷଣ ଯାଞ୍ଚତାଲିକା - ପ୍ରଶିକ୍ଷଣ ଯାଞ୍ଚତାଲିକା ଏକ ଶକ୍ତିଶାଳୀ ଉପକରଣ ଅଟେ ଯେବେ ଶିଷ୍ୟ ନିର୍ମାଣ କରିବା ଓ ବହୁଗୁଣିତ କରିବା କଥା ଆସେ ଏହାର ବ୍ୟବହାର କରି ଆପଣା ସାମର୍ଥ୍ୟ ଓ ଦୁର୍ବଳତା ଅତିଶୀଘ୍ର ଜାଣିପାରିବେ |
ସହପାଠୀ ଉପଦେଶକ ଦଳସମୁହ - ଏହି ଦଳ ୩/୩ ଦଳସମୁହ ପ୍ରାରମ୍ଭ ଓ ନେତୃତ୍ୱ କରୁଥିବା ଲୋକମାନଙ୍କର ସମାହାର ଅଟେ | ଏହା ୩/୩ ପ୍ରାରୁପକୁ ମଧ୍ୟ ଅନୁସରଣ କରିଥାଏ ଓ ଆପଣଙ୍କ ଅଞ୍ଚଳରେ ଈଶ୍ୱରଙ୍କ କାର୍ଯ୍ୟର ଆଧ୍ୟତ୍ମିକ ସ୍ୱାସ୍ଥ୍ୟ ଆକଳନ କରିବାକୁ ଏକ ଶକ୍ତିଶାଳୀ ମାର୍ଗ ଅଟେ |

ଅଭ୍ୟାସ କରନ୍ତୁ

ସହପାଠୀ ଉପଦେଶକ ଦଳସମୁହ - ଦୁଇ ଅଥବା ତିନି ଜଣିକିଆ ଦଳରେ ବିଭକ୍ତ ହୋଇ ସହପାଠୀ ଉପଦେଶକ ଦଳ ପ୍ରାରୁପ ଦେଇ କାର୍ଯ୍ୟ କରନ୍ତୁ | (୬୦ମିନିଟ୍‌)