ଯୁମେ ଏଫ୍ଏକ୍ୟୁ
ଏହା କ'ଣ ୧୦୦ ପ୍ରତିଶତ ନିଃଶୁଳ୍କ ଅଟେ ?
ହଁ | ଏହାର କୌଣସି ବର୍ଦ୍ଧିତ ସଂସ୍କରଣ ନାହିଁ, ପରିକ୍ଷଣ କାଳ ନାହିଁ, ଉତ୍ପାଦର ବିକ୍ରି ପାଇଁ କୌଣସି ପିଛା କରବାକୁ ନାହିଁ | ଆମେ ବିନାମୂଲ୍ୟରେ ଏହା ପାଇଅଛୁ | ଆମେ ବିନାମୂଲ୍ୟରେ ଦାନ କରୁ |ଏହି ତାଲିମ୍ ନେବାକୁ ଆପଣଙ୍କୁ କେତେ ବର୍ଷ ବୟସ ରହିବା ଉଚିତ ?
ଆମେ ଏହି ତାଲିମ୍ ୧୩-ବର୍ଷ-ବୟସ୍କରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ସୁପାରିଶ କରୁ | ଯଦି ଆପଣଙ୍କର କୌଣସି ପିଲା ସେହି ବୟସରୁ କମ୍ ବୟସ୍କ ଅଛନ୍ତି ଯିଏ ଏହି ତାଲିମ୍ ରୁ ଲାଭ ପାଇ ପାରନ୍ତି ଭାବନ୍ତି, ତାଙ୍କୁ ସବୁ ପରି ଭାଗ ନେବାକୁ ଦିଅନ୍ତୁ |ଯଦି ଜଣେ ତାଲିମ୍ ପାଇବାକୁ ଚାହାନ୍ତି କିନ୍ତୁ ତାଙ୍କର ନିଜ ଇମେଲ୍ ଠିକଣା ନାହିଁ ?
ଦଳରେ ଅତି କମ୍ରେ ଜଣଙ୍କ ପାଖରେ ଏକ ବ୍ୟବହାହାରରେ ଥିବା ଇମେଲ୍ ଠିକଣା ରହିବା ଆବଶ୍ୟକ, ଯାହା ଦ୍ୱାରା ସେମାନେ ୱେବ୍ସାଇଟ୍ରେ କୁ ଲଗିନ୍ କରି ସମସ୍ତ ସୁବିଧାକୁ ପ୍ରବେଶ କରିପାରିବେ | ଦଳ ଉପସ୍ଥିତ ଥିବା ସମୟରେ ଯେଉଁ ପ୍ରତିଯୋଗୀ ମିଡିଆକୁ ଦେଖିଥାନ୍ତି ଦଳ ଆରମ୍ଭ କରିବାକୁ ଇମେଲ୍ ଆବଶ୍ୟକ କରି ନଥାନ୍ତି |କାର୍ଯ୍ୟକ୍ରମ ଆରମ୍ଭ କରିବା ପୁର୍ବରୁ ମୁଁ କିପରି ପାଠ୍ୟଗୁଡ଼ିକ ପୁର୍ବାଲୋକନ କରିପାରିବି ?
"ସମୀକ୍ଷା" ଅନୁଭାଗକୁ ତନଖି କରି ଦେଖନ୍ତୁ | ଏହା ମୁଖ୍ୟ ଚିନ୍ତାଧାରା, ଉପକରଣଗୁଡ଼ିକୁ ଏବଂ ଆପଣଙ୍କ ଦଳ ପ୍ରତ୍ୟେକ ଅଧିବେଶନରେ କ'ଣ ଅଭ୍ୟାସ କରିବେ ଏଗୁଡ଼ିକ ଉପରେ ପ୍ରକାଶ ଦେଇଥାଏ |ତାଲିମ୍ର ବିଷୟବସ୍ତୁ କ'ଣ ଅଟେ ?
ସୂଚୀ ଅନୁଭାଗରେ ବିଷୟବସ୍ତୁର ଏକ ସମୀକ୍ଷା ଆପଣ ଦେଖିପାରିବେ, ଅଥବା ସହାୟକ ପୁସ୍ତିକାକୁ ଡାଉନ୍ଲୋଡ୍ କରି ଆପଣ ପାଠ୍ୟକ୍ରମ କୁ ସମୀକ୍ଷା କରିପାରିବେ, ନତୁବା ଲଗିନ୍ କରି ଏକ ଦଳ ଆରମ୍ଭ କରନ୍ତୁ କିନ୍ତୁ ଅଧିବେଶନର ପ୍ରଥମ ପୃଷ୍ଠାରେ "ଅଧିବେଶନ ଅନ୍ୱେଷଣ" ବାଛନ୍ତୁ | ଏହାକୁ ସମାପ୍ତ ବୋଲି ଚିହ୍ନଟ ନକରି ଏହା ଆପଣଙ୍କୁ ପାଠ୍ୟକ୍ରମ ଦେଇ ଯିବାକୁ ସାହାଯ୍ୟ କରିବ |ମୁଁ ତାଲିମ୍ ପୁର୍ବରୁ ଏହି ନିୟମ-ପୁସ୍ତକ(ସହାୟକ ପୁସ୍ତିକା)ର ପ୍ରତିଲିପି ବନେଇବାକୁ ଚାହୁଁଛି | ମୁଁ ଏହା କିପରି କରି ପାରେ ?
ଆପଣ ସବୁବେଳେ ଏହି ସହାୟକ ପୁସ୍ତିକାକୁ ପ୍ରତ୍ୟେକ ପୃଷ୍ଠାର ଶିର୍ଷରେ "ବିଷୟରେ" ଟ୍ୟାବ୍ ଉପରକୁ ଯିବା ଦ୍ୱାରା ଖୋଜି ପାଇପାରିବେ |ଅକସ୍ମାତରେ ମୁଁ "ପରପର୍ତ୍ତୀ" ବଟନ୍କୁ ଦବେଇଲି ଆଉ ପଛକୁ ଯାଇ ଏକ ଭିଡ଼ିଓକୁ ଦେଖିବାକୁ ଚାହେଁ | ମୁଁ ପଥପ୍ରଦର୍ଶନ କିପରି କରିବି ?
ଅଧିବେଶନରେ ପଥପ୍ରଦର୍ଶନ ପାଇଁ ଅଧିବେଶନ ତଳେ ଦିଆଯାଇଥିବା "ପୁର୍ବବର୍ତ୍ତୀ" ଓ "ପରବର୍ତ୍ତୀ" ବଟନ୍ର ବ୍ୟବହାର କରନ୍ତୁ | ଡ୍ୟାଶ୍ବୋର୍ଡରେ ଆପଣ ଦଳର ଅଧିବେଶନ ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ ଓ ସିଧାସଳଖ ସେହି ଅଧିବେଶନକୁ ଯାଆନ୍ତୁ |ସେଠାରେ ଅନେକ ଡିଏମ୍ଏମ୍ ଅଥବା ସିପିଏମ୍ ପ୍ରଶିକ୍ଷକ ଅଛନ୍ତି, ତେବେ ଯୁମେ କାହିଁକି ଆବଶ୍ୟକ ?
ଜୀବନ୍ତ ତାଲିମ୍ ଅନଲାଇନ୍ରୁ ଅଧିକତର ରୁପେ ଭଲ | ଅନଲାଇନ୍ ତାଲିମ୍ ଜୀବନ୍ତ ତାଲିମ୍ ବଦଳରେ କେବେସୁଧା ବ୍ୟବହାର କରାନଯିବା ଉଚିତ | ଅଭାଗ୍ୟବଶତଃ, ପହଞ୍ଚ, ଜାଗରୁକତା, ଉପଲବ୍ଦ୍ଧତା, କାର୍ଯ୍ୟକ୍ରମ ସୂଚୀ ଏବଂ ଅନେକ କାରଣର ସୀମିତତା ଯୋଗୁଁ, ଅନେକ ଲୋକ ଯାହାଙ୍କୁ ଜୀବନ୍ତ ତାଲିମ୍ ସଂଘଟନ ପହଞ୍ଚରେ ରହିବା ଉଚିତ୍ ଓ ସେମାନେ କରିପାରନ୍ତି ସେମାନଙ୍କୁ ଉପଲବ୍ଦ୍ଧ ନାହିଁ | ଯୁମେ ସେହି ପ୍ରକାର ଲୋକମାନଙ୍କ ସକାଶେ ଏକ ଉଚ୍ଚକୋଟିର ପ୍ରବେଶ ସ୍ତରୀୟ ପ୍ରତିକଳ୍ପ ଯୋଗାଇବାର ପ୍ରୟାସ ଅଟେ | ତାହା ଛଡ଼ା, ଆମେ ପାଇଛୁ ଯେ ଜଣେ ବ୍ୟକ୍ତିଙ୍କୁ ଥରେ ଜୁମେରେ ପ୍ରଶିକ୍ଷିତ କଲେ, ସେମାନେ ଫେରିଯାଇ ଅତି ସହଜରେ ନିଜ ଦଳ ପ୍ରାରମ୍ଭ କରିପାରନ୍ତି ଓ ଅନ୍ୟମାନଙ୍କୁ ଯୁମେ ତାଲିମ୍ ଯୋଗାଣ ସୁଗମ କରିପାରନ୍ତି | ଶିଷ୍ୟ ନିର୍ମାଣର ସିଦ୍ଧାନ୍ତକୁ ବହୁଗୁଣିତ କରିବା ପାଇଁ ଏହା ଏକ ଶକ୍ତିଶାଳୀ ସୁଯୋଗ ଅଟେ |ଯୁମେ ର ବିଶ୍ୱାସ ବକ୍ତବ୍ୟ କ'ଣ ଅଟେ ?
ଯେହେତୁ ଯୁମେ କୌଣସି ସଂସ୍ଥା ଦ୍ୱାରା ପରିଚାଳିତ ନୁହେଁ, ସେଠାରେ କୌଣସି ଔପଚାରିକ ବିଶ୍ୱାସ ବକ୍ତବ୍ୟ ନାହିଁ | ଯାହାହେଉ, ଆମେ ଯେତେଜଣ ସଂପୃକ୍ତ, ଲୁସାନେ ଚୁକ୍ତି ଉପରେ ସହମତ ଅଟୁଁ | Read the Covenantମୁଁ ନିଜେ ଏହି ତାଲିମ୍ ନେଇ ପାରେକି ?
ନା | ସେଠାରେ ଅନେକ ତାଲିମ ବ୍ୟାୟାମ ଓ ଅଧିବେଶନ ଅଭ୍ୟାସ ଗୁଡ଼ିକ ରହିଛି ଯାହା ଅନ୍ୟମାନଙ୍କ ସହଭାଗିତା ଆବଶ୍ୟକ କରେ | ପ୍ରତ୍ୟେକ ଅଧିବେଶନରେ ଅତି କମ୍ରେ ୩-୪ଜଣ ଉପସ୍ଥିତ ରହିବା ଆବଶ୍ୟକ, ନଚେତ ଆପଣ ସମ୍ପୁର୍ଣ୍ଣ ତାଲିମ୍କୁ ଅନୁଭବ କରିପାରେବେ ନାହିଁ |ତାଲିମ୍ କାହା ପାଇଁ ଉପଯୁକ୍ତ ଅଟେ |
ଏହି ତାଲିମ୍ ଯୀଶୁଙ୍କର ଅନୁଗାମୀ ଯିଏକି ୧୩ବର୍ଷ ବୟସ୍କରୁ ଉର୍ଦ୍ଧ୍ୱ ପଢ଼ିବାକୁ ସକ୍ଷମ ଅଟନ୍ତି ତାଙ୍କ ପାଇଁ ଉପଯୁକ୍ତ ଅଟେ | ଭବିଷ୍ୟତରେ, ନିରକ୍ଷର ଲୋକମାନଙ୍କ ପାଇଁ ମଧ୍ୟ ଏକ ସଂସ୍କରଣ ଉତ୍ପାଦନ କରାଯାଇ ପାରେ, କିନ୍ତୁ ଏହା ସେହି ସଂସ୍କରଣ ନୁହେଁ | ଆମେ ବିଶ୍ୱାସ କରୁ ଏହି ଆବଶ୍ୟକତାକୁ ଯୋଗ୍ୟ ପ୍ରତ୍ୟେକ ବ୍ୟକ୍ତି ଏହି ତାଲିମ୍କୁ ନେବା ଆବଶ୍ୟକ |ଯୁମେର ମାଲିକ କିଏ ?
ଯୁମେ କୁ "ଚଳାଇବାକୁ" ସେଠାରେ କୌଣସି ସଂସ୍ଥା ନାହିଁ ଏବଂ ଏହି ପରିଯୋଜନା ଏକ ସଂସ୍ଥା ନୁହେଁ | ଏହା ଏପରି ଲୋକମାନଙ୍କର ଏକତ୍ରିକରଣ, ଯାହାଙ୍କ ନିକଟରେ ପ୍ରତ୍ୟେକ ଗୋଷ୍ଠୀର ଲୋକମାନଙ୍କୁ ଶିଷ୍ୟ କରିବାକୁ ଏବଂ ତାଙ୍କ ରାଜ୍ୟକୁ ସମସ୍ତ ସ୍ଥଳରେ ବିସ୍ତାର କରିବାକୁ ତାଙ୍କ ଇଚ୍ଛା ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ହେବା ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ଦେଇଥିବା ଆଜ୍ଞାକୁ ସିଦ୍ଧ କରିବାର ହୃଦୟ ରହିଛି | ଯୁନାଥନ ପରିଯୋଜନା ନେତୃତ୍ୱ ସଭାରେ ଏହି ପରିଯୋଜନା ବିଷୟରେ କଳ୍ପନା ଉତ୍ପନ୍ନ ହୋଇଥିଲା କିନ୍ତୁ ସେହି ଦଳରୁ ଏହା ଦୂରଦୁରାନ୍ତରକୁ ବ୍ୟାପି ଯାଇଛି | ଯୁନାଥନ ପରିଯୋଜନା ସାରା ଜଗତରେ ଶିଷ୍ୟମାନଙ୍କୁ ବହୁଗୁଣିତ କରିବାକୁ ସମର୍ପିତ ହୋଇଥିବା ଲୋକମାନଙ୍କର ଏକ ଅନୁଷ୍ଠାନ ଅଟେ |ଯୋଜନା କରାଯାଇଥିବା ସେହି ତିନିଗୋଟି ପର୍ଯ୍ୟାୟଗୁଡ଼ିକ କ'ଣ ?
ପର୍ଯାୟ ୧:
ପ୍ରଥମ ପର୍ଯ୍ୟାୟ ସଂଯୁକ୍ତ ରାଷ୍ଟ୍ର ଏବଂ ଇଂରାଜୀ ଉପରେ କେନ୍ଦ୍ରିତ ଅଟେ | ଦେଶରେ ପ୍ରତି ୫,୦୦୦ ଲୋକଙ୍କ ପାଇଁ ଚାରିରୁ ବାର ଜଣଙ୍କ ଏକ ଦଳର ତାଲିମ୍କୁ ତ୍ୱରାନ୍ୱିତ କରିବା ହେଉଛି ଏହାର ପ୍ରାଥମିକ ଲକ୍ଷ | ପ୍ରତେକ ତାଲିମ୍ ଦଳସମୁହ ଦୁଇଗୋଟି ପ୍ରଥମ-ପିଢ଼ିର ମଣ୍ଡଳୀ ଆରମ୍ଭ କରିବାକୁ ଆହ୍ୱାନ କରାଯିବେ ଯିଏ ମଧ୍ୟ ପୁନରୁତ୍ପତି କରିବେ | ସଂଯୁକ୍ତ ରାଷ୍ଟ୍ରରେ ୬୫,୦୦୦ରୁ ଅଧିକ ଯୁମେ ଦଳସମୁହ ଏବଂ ୧,୩୦,୦୦୦ ମଣ୍ଡଳୀଗୁଡ଼ିକ ଆରମ୍ଭ କରାଯିବାର ଲକ୍ଷ ରଖାଯାଇଛି |
ପର୍ଯ୍ୟାୟ ୨:
ଦ୍ୱିତୀୟ ପର୍ଯ୍ୟାୟ ପୁନଃରୁତ୍ପତି ପ୍ରକ୍ରିୟାରେ ପର୍ଯ୍ୟାୟ ୧ର ମଣ୍ଡଳୀସମୁହକୁ ପ୍ରଶିକ୍ଷଣ ଦେବା, ଆହୁରି ମଧ୍ୟ ବିଶ୍ୱର ଅନ୍ୟ ପ୍ରମୁଖ ଭାଷାଗୁଡ଼ିକରେ ଏହାକୁ ପ୍ରଦାନ କରିବାରେ କେନ୍ଦ୍ରିତ ଅଟେ | ଏହି ପରିଯୋଜନା ନିମ୍ନ ଲିଖିତ ଭାଷାଗୁଡ଼ିକରେ ପ୍ରାରମ୍ଭ କରାଯିବ: ଆମ୍ହାରିକ, ଆରବିକ, ବଙ୍ଗଳା, ଭୋଜପୁରୀ, ବର୍ମା, ଚାଇନିଜ୍(ମାଣ୍ଡରିନ୍), ଚାଇନିଜ୍(କ୍ୟାନ୍ଟନିଜ୍), ଫାର୍ସି, ଫ୍ରେଞ୍ଚ୍, ଜର୍ମାନୀ, ଗୁଜୁରାତି, ହାଉସା, ହିନ୍ଦି, ଇଣ୍ଡୋନେସିଆନ୍, ଲାଟିନ୍, ଜାପାନି, କନ୍ନଡ଼, କୋରିଆ, କୁର୍ଦ୍ଦି, ଲାଓ, ମୈଥିଳୀ, ମାଲୟଲମ, ମରାଠୀ, ଓଡ଼ିଆ, ପଂଜାବୀ(ପ୍ରାଚ୍ୟ), ପଂଜାବୀ(ପାଶ୍ଚାତ୍ୟ), ପର୍ତ୍ତୁଗୀଜ୍, ଋଷ, ସମାଲି, ସ୍ପେନ୍, ସ୍ୱାହିଲି, ତାମିଲ, ତେଲୁଗୁ, ଥାୟି, ତୁର୍କୀ, ଉର୍ଦ୍ଧୁ, ଭିଏତ୍ନାମ୍ ଏବଂ ୟରୁବା |
ପର୍ଯ୍ୟାୟ ୩:
ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ୧ ଓ ପର୍ଯ୍ୟାୟ ୨ର ମଣ୍ଡଳୀସମୁହକକୁ ପ୍ରତ୍ୟେକ ସ୍ଥଳିରେ ଶିଷ୍ୟ କରିବା ପାଇଁ ପୃଥିବୀ ପରିପ୍ରେକ୍ଷରେ ଚଳନ୍ତ କରିବାକୁ ଦର୍ଶନ ରଖେ | ଆମ ପିଢ଼ିରେ ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ସହ ପୃଥିବୀକୁ ସିକ୍ତ କରିବାକୁ ଯୁମେ ଅସ୍ତିତ୍ୱରେ ଅଛି | ଆମ ମିଶନ୍କୁ ତ୍ୱରାନ୍ୱିତ କରିବାକୁ, ଆମେ ବିକାଶ କରିଅଛୁ ଏବଂ ଯୁମେ ତାଲିମ ଦଳର ଲକ୍ଷକୁ ରଣନୀତିକ ଶୈଳିରେ କାର୍ଯ୍ୟକରିବାରେ ଅନୁମତି ଦେବାକୁ ଏବଂ ଯୁକ୍ତରାଷ୍ଟ୍ର ବାହାରେ ପ୍ରତି ୫୦,୦୦୦ ଲୋକଙ୍କ ମଧ୍ୟରେ ଦୁଇଗୋଟି ସାଧାରଣ ମଣ୍ଡଳୀର କାର୍ଯ୍ୟ ପାଇଁ ଏକ ସମାଧାନର ନକ୍ସା ଯୋଗାଇବୁ |
ଏହାକୁ ଯୁମେ ବୋଲି କାହିଁକି କୁହାଯାଇଛି ?
ଗ୍ରିକ୍ ଭାଷାରେ ଯୁମେର ଅର୍ଥ ହେଉଛି ଖମୀର | ମାଥିଉ ୧୩:୩୩ ରେ ଯୀଶୁଙ୍କୁ ଏପରି କହିବା ଉଦ୍ଧୃତ କରାଯାଇଛି, "ସ୍ୱର୍ଗ ରାଜ୍ୟ ଏକ ସ୍ତ୍ରୀଙ୍କ ଭଳି ଯିଏ ଖମୀର ନେଇ ବହୁତ ପରିମାଣରେ ଥିବା ମଇଦାରେ ମିଶ୍ରଣ କଲେ ଆଉ ସମସ୍ତ ଖମୀରମୟ ହେଲା" ଏହା ଚିତ୍ରିତ କରେ ଯେ କିପରି ସାଧାରଣ ଲୋକେ, ସାଧାରଣ ସାଧନ ବ୍ୟବହାର କରି, ଈଶ୍ୱରଙ୍କ ରାଜ୍ୟ ଶକାସେ ଅଦ୍ଭୁତ ପ୍ରଭାବ ଆଣି ପାରିବେ | ଯୁମେ ସାଧାରଣ ବିଶ୍ୱାସୀ ମାନଙ୍କୁ ପ୍ରତ୍ୟେକ ପଡ଼ୋଶୀ ଅଞ୍ଚଳକୁ ପହଞ୍ଚିବାକୁ ସୁସଜ୍ଜିତ କରିବା ଓ କ୍ଷମତା ଦେବାର ଲକ୍ଷ ରଖେ |ଏହି ତାଲିମ୍ କେଉଁ ଭାଷାଗୁଡ଼ିକରେ ଅନୁବାଦିତ ହେବ ?
ଏହି ପରିଯୋଜନା ନିମ୍ନଲିଖିତ ଭାଷାଗୁଡ଼ିକରେ ଆରମ୍ଭ ହେବ ଏବଂ ଅତିରିକ୍ତ ଭାଷାରେ ପ୍ରଶିକ୍ଷଣ ଏବଂ ଉପକରଣ ଗୁଡ଼ିକର ଅନୁବାଦ ପାଇଁ ଇଚ୍ଛୁକ ଲୋକମାନଙ୍କ ନିକଟରେ ଉପଲବ୍ଦ୍ଧ କରାଯିବ: ଆମ୍ହାରିକ, ଆରବିକ, ବଙ୍ଗଳା, ଭୋଜପୁରୀ, ବର୍ମା, ଚାଇନିଜ୍(ମାଣ୍ଡରିନ୍), ଚାଇନିଜ୍(କ୍ୟାନ୍ଟନିଜ୍), ଫାର୍ସି, ଫ୍ରେଞ୍ଚ୍, ଜର୍ମାନୀ, ଗୁଜୁରାତି, ହାଉସା, ହିନ୍ଦି, ଇଣ୍ଡୋନେସିଆନ୍, ଲାଟିନ୍, ଜାପାନି, କନ୍ନଡ଼, କୋରିଆ, କୁର୍ଦ୍ଦି, ଲାଓ, ମୈଥିଳୀ, ମାଲୟଲମ, ମରାଠୀ, ଓଡ଼ିଆ, ପଂଜାବୀ(ପ୍ରାଚ୍ୟ), ପଂଜାବୀ(ପାଶ୍ଚାତ୍ୟ), ପର୍ତ୍ତୁଗୀଜ୍, ଋଷ, ସମାଲି, ସ୍ପେନ୍, ସ୍ୱାହିଲି, ତାମିଲ, ତେଲୁଗୁ, ଥାୟି, ତୁର୍କୀ, ଉର୍ଦ୍ଧୁ, ଭିଏତ୍ନାମ୍ ଏବଂ ୟରୁବା |ସବୁଠାରୁ ଅଧୁନାତନ ପ୍ରଗତି ଦେଖିବାକୁ ଯାଆନ୍ତୁଭାଷା ଅନୁବାଦର ପ୍ରଗତି |ଶିକ୍ଷାର୍ଥିଙ୍କ ଦ୍ୱାରା ପ୍ରାରମ୍ଭିତ ଦଳର କିପରି ସଙ୍ଗଠିତ ଅଥବା ଶ୍ରେଣୀବଦ୍ଧ କରାଯାଇଥାଏ ?
ଏହା ନିର୍ଭର କରେ | ଯଦି ଶିକ୍ଷାର୍ଥି କୌଣସି ବିଶେଷ ମଣ୍ଡଳୀ ଅଥବା ସମ୍ପ୍ରଦାୟ ଅଥବା ନେଟ୍ୱାର୍କ୍ ରୁ ଆସିଥାଆନ୍ତି ତାହେଲେ ନୂଆରେ ଗଠିତ ଦଳ ପାଇଁ ବର୍ତ୍ତମାନର ମଣ୍ଡଳୀ, ସମ୍ପ୍ରଦାୟ ଏବଂ ନେଟ୍ୱାର୍କ୍ ସହ ସଂଲଗ୍ନ ହୋଇ ରହିବା ହିଁ ସବୁଠୁଁ ପ୍ରାକୃତିକ ବିଷୟ ହେବ |ଯଦି ସେମାନେ ଇଚ୍ଛୁକ, ତାହେଲେ ଆରମ୍ଭ ହୋଇଥିବା ଦଳରୁ ଏକ ନୂତନ ନେଟ୍ୱାର୍କ୍ ଆରମ୍ଭ କରାଯାଇ ପାରିବ | ନୂତନ ଦଳ ଶକାସେ ଆଗରୁ ଅସ୍ତିତ୍ୱରେ ଥିବା ସରଳ ମଣ୍ଡଳୀସମୁହର ନେଟ୍ୱାର୍କ୍ ସହ ସଂଯୁକ୍ତ ହେବା ଏକ ତୃତୀୟ ବିକଳ୍ପ ହୋଇପାରେ | ଯୁମେ ସହ ଯୋଡ଼ିତ ଅନେକ ଏହି ପ୍ରକାର ନେଟ୍ୱାର୍କ୍ରୁ ଆସନ୍ତି ତେଣୁ ଯଦି ଇଚ୍ଛୁକ ଥିଲେ ଆମେ ତାର ବ୍ୟବସ୍ଥା କରିପାରିବୁ |ମୋର ତିନି ମାସର ଯୋଜନା କିଏ ଦେଖିପାରେ ?
କେବଳ ଆପଣ ଆପଣଙ୍କ ଯୋଜନା ଦେଖିପାରିବେ, ଯେପର୍ଯ୍ୟନ୍ତ ଆପଣ ଏହାକୁ ଆପଣଙ୍କୁ ଦଳ ସହିତ ଲିଙ୍କ୍ ନକରନ୍ତି, ତହେଲେ ଆପଣଙ୍କ ଦଳର ନେତା ଏବଂ ସହନେତା ଆପଣଙ୍କ ତିନି-ମାସର ଯୋଜନାକୁ ଦେଖିପାରିବେ | ଯଦି ଆପଣ ପ୍ରଶିକ୍ଷଣ ଚାହାନ୍ତି ନାହିଁ, ଆପଣଙ୍କ ପ୍ରୋଫାଇଲ୍କୁ ଯାଇ ପ୍ରଶିକ୍ଷଣ ଅଭିରୁଚିକୁ "ପ୍ରଶିକ୍ଷଣ ମନା କରନ୍ତୁ" ବୋଲି ବିନ୍ୟାସ କରନ୍ତୁ |ମୁଁ ମୋର ତିନିମାସର ଯୋଜନାକୁ ଏକ ପରବର୍ତ୍ତୀ ସମୟରେ ମୁଦ୍ରଣ କରିପାରେ କି ?
ହଁ, ଆପଣଙ୍କ ଯୋଜନାକୁ ପ୍ରଥମେ ସଞ୍ଚିତ କରନ୍ତୁ, ତାପରେ ଆପଣଙ୍କ ଯୋଜନାର ନିମ୍ନକୁ ସ୍କ୍ରୋଲ୍ କରନ୍ତୁ ଏବଂ "ସଞ୍ଚିତ ଯୋଜନା ମୁଦ୍ରଣ" ବଟନ୍କୁ କ୍ଲିକ୍ କରନ୍ତୁ |ମୁଁ ମୋର ତିନି ମାସର ଯୋଜନାକୁ ଏକ ପରବର୍ତ୍ତୀ ସମୟରେ ସମ୍ପାଦନ କରିପାରେ କି ?
ହଁ, ଆପଣ ଫେରିଯାଇ ଯେକୌଣସି ସମୟରେ ଆପଣଙ୍କ ଯୋଜନାକୁ ସମ୍ପାଦନ କରିପାରନ୍ତି | ଆପଣଙ୍କ ଯୋଜନାର ନିମ୍ନରେ ଥିବା "ସଞ୍ଚିତ କରନ୍ତୁ", କ୍ଲିକ୍ କରିବାକୁ ସୁନିଶ୍ଚିତ କରନ୍ତୁ |କ'ଣ ଯୁମେ ମୋ ପାଇଁ ଦଳରେ ଥିବା ଲୋକମାନଙ୍କସହ ବାର୍ତ୍ତାଳାପ କରିବାକୁ କୌଣସି ପନ୍ଥା ଯୋଗାଇଥାଏ କି ?
ଏସମୟରେ ନୁହଁ | ଆପଣଙ୍କ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଲଗିନ୍ ସୃଷ୍ଟି କରିବାକୁ ଏବଂ ଦଳ ସହିତ ସଂଯୁକ୍ତ ହେବାକୁ ଆମେ ସୁପାରିଶ କରୁ | ଏତଦ୍ୱାରା ପ୍ରତ୍ୟେକ ସଦସ୍ୟ ଯେତେବେଳେ ଚାହାନ୍ତି ସମସ୍ତ ସାମଗ୍ରୀ ତାଙ୍କ ପହଞ୍ଚରେ ରହିବ | ତତ୍ପଶ୍ଚାତ୍ ଦଳ କୌଣସି ଏକ ସନ୍ଦେଶ ପ୍ଲାଟ୍ଫର୍ମ (ଆଇ୍ମେସେଜ୍, ହ୍ୱାଟ୍ସ୍ଆପ୍, ଫେସ୍ବୁକ୍ ଗ୍ରୁପ୍ ଇତ୍ୟାଦି)ର ବ୍ୟବହାର କରି ଯୋଗାଯୋଗକୁ ଆଗେଇ ନେଇ ପାରିବେ |ଯୁମେ ପରିଯୋଜନାର ଲକ୍ଷ:
ଗ୍ରିକ୍ ଭାଷାରେ ଯୁମେର ଅର୍ଥ ହେଉଛି ଖମୀର | ମାଥିଉ ୧୩:୩୩ ରେ ଯୀଶୁଙ୍କୁ ଏପରି କହିବା ଉଦ୍ଧୃତ କରାଯାଇଛି, "ସ୍ୱର୍ଗ ରାଜ୍ୟ ଏକ ସ୍ତ୍ରୀଙ୍କ ଭଳି ଯିଏ ଖମୀର ନେଇ ବହୁତ ପରିମାଣରେ ଥିବା ମଇଦାରେ ମିଶ୍ରଣ କଲେ ଆଉ ସମସ୍ତ ଖମୀରମୟ ହେଲା" ଏହା ଚିତ୍ରିତ କରେ ଯେ କିପରି ସାଧାରଣ ଲୋକେ, ସାଧାରଣ ସାଧନ ବ୍ୟବହାର କରି, ଈଶ୍ୱରଙ୍କ ରାଜ୍ୟ ଶକାସେ ଅଦ୍ଭୁତ ପ୍ରଭାଗ ଆଣି ପାରିବେ | ଯୁମେ ସାଧାରଣ ବିଶ୍ୱାସୀ ମାନଙ୍କୁ ସୁସଜ୍ଜିତ କରିବା ଓ କ୍ଷମତା ଦେବାର ଲକ୍ଷ ରଖେ ଯିଏ ଆମ ପିଢ଼ିରେ ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ସହ ଭୁମଣ୍ଡଳକୁ ସିକ୍ତ କରିବେ |
ଯୁମେ ଅନଲାଇନ୍ ମଞ୍ଚର ବ୍ୟବହାର କରି ଅଂଶଗ୍ରହଣକାରୀ ମାନଙ୍କୁ ମୌଳିକ ଶିଷ୍ୟ-ନିର୍ମାଣ ଓ ସରଳ ମଣ୍ଡଳୀ ସ୍ଥାପନର ବହୁଗୁଣିତ କରିବା ସିଦ୍ଧାନ୍ତ, ପ୍ରକ୍ରିୟା ଏବଂ ପ୍ରଥା ବିଷଯରେ ସୁସଜ୍ଜିତ କରିଥାଏ |