ଜୁମ୍ ପ୍ରଶିକ୍ଷଣ ସହିତ ଆରମ୍ଭ କରନ୍ତୁ
କିଛି ବନ୍ଧୁଙ୍କୁ ଏକତ୍ରିତ କରନ୍ତୁ କିମ୍ବା ଏକ ଛୋଟ ଗୋଷ୍ଠୀ ସହିତ ଏହି ପାଠ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ । ନିଜସ୍ୱ ପ୍ରଶିକ୍ଷଣ ଗୋଷ୍ଠୀ ସୃଷ୍ଟି କରନ୍ତୁ ଏବଂ ଆପଣଙ୍କ ଅଗ୍ରଗତି ଉପରେ ନଜର ରଖନ୍ତୁ ।
ଆପଣ କେବେ ଚିନ୍ତା କରିଛନ୍ତି କି ମଣ୍ଡଳୀ କିପରି ଆରମ୍ଭ ହେଲା? ଆରମ୍ଭରେ କେହି ମଧ୍ୟ ପେଶାଦାର ନଥିଲେ । ଆଶ୍ଚର୍ଯ୍ୟ ଲାଗୁଛି ନା? ଈଶ୍ୱର ଯୋଜନା କରିଥିବା ଗୋଟିଏ ଉତ୍ତମ ବିଷୟ ନିମନ୍ତେ ପେଶାଦାରମାନଙ୍କ ଆବଶ୍ୟକତା ନଥିଲା । ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି । ମଣ୍ଡଳୀର ପ୍ରଥମ ପଦକ୍ଷେପରେ ଏହା କରିଥିଲେ । ଏବଂ ଆଜି ସେ ଏହା କରନ୍ତି । ପ୍ରଥମ ମଣ୍ଡଳୀ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ନିମନ୍ତେ ସାଧାରଣ ଲୋକମାନଙ୍କୁ ସାରା ଜଗତକୁ ପ୍ରେରଣ କରିଥିଲା ରାଜ୍ୟପାଳ ଏବଂ ସେନାଧ୍ୟକ୍ଷ ଏବଂ ଶାସକ ଏବଂ ରାଜାମାନଙ୍କର ସମ୍ମୁଖରେ ଦଣ୍ଡାୟମାନହେବା ନିମନ୍ତେ ସାଧାରଣ ଲୋକମାନଙ୍କୁ ମଣ୍ଡଳୀ ପଠାଇଥିଲା । ରୋଗୀମାନଙ୍କ ସୁସ୍ଥତା, ଭୋକିଲାଙ୍କୁ ଆହାର, ମୃତ୍ୟୁରୁ ଉଠାଇବା ଏବଂ ସମଗ୍ର ପୃଥିବୀର ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ସମସ୍ତ ଆଜ୍ଞା ଶିକ୍ଷାଦେବା ନିମନ୍ତେ ଏହା ସାଧାରଣ ଲୋକମାନଙ୍କୁ ପଠାଇଥିଲା । ପୃଥିବୀକୁ ବଦଳାଇବା ନିମନ୍ତେ ପ୍ରଥମ ମଣ୍ଡଳୀ ସାଧାରଣ ଲୋକମାନଙ୍କୁ ପ୍ରେରଣ କରିଥିଲା । ଏବଂ ସେମାନେ ଏହା ସମ୍ପନ୍ନ କଲେ ।
ଯୀଶୁ ଯାହା କହିଛନ୍ତି ତାହା ସମ୍ପନ୍ନ କରିବା ଆମ ସ୍ୱପ୍ନ ଅଟେ - ସାରା ଜଗତର ସାଧାରଣ ଲୋକମାନଙ୍କୁ ଛୋଟ ଉପକରଣ ବ୍ୟବହାର କରି ଈଶ୍ୱରଙ୍କ ରାଜ୍ୟରେ ବଡ଼ ପ୍ରଭାବ ପକାଇବା ନିମନ୍ତେ ସାହାଯ୍ୟ କରିବାକୁ । ଯୀଶୁଙ୍କ ଅନ୍ତିମ ନିର୍ଦ୍ଦେଶ ଗୁଡ଼ିକ ସରଳ ଥିଲା । ସେ କହିଲେ - ସ୍ୱର୍ଗ ଏବଂ ପୃଥିବୀର କର୍ତ୍ତୁତ୍ୱ ମୋତେ ଦିଆଯାଇଅଛି । ଅତଏବ, ଯାଅ ଏବଂ ସମସ୍ତ ଜାତିର ଲୋକମାନଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ମୋହର ଆଜ୍ଞା ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର, ଏବଂ ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଅଛି । ଯୀଶୁଙ୍କ ଆଜ୍ଞା ସରଳ ଥିଲା - ଶିଷ୍ୟ କର ।
ତାହାଙ୍କ ନିର୍ଦ୍ଦେଶ କିପରି ସମ୍ପନ୍ନ କରାଯିବ ତାହା ସରଳ ଥିଲା :
ତେଣୁ ଶିଷ୍ୟ କରିବାକୁ କ'ଣ ସବୁ ପଦକ୍ଷେପ ରହିଅଛି?
ଯେହେତୁ ସେ ଦେଇଥିବା ଆଜ୍ଞା ମାନଙ୍କ ମଧ୍ୟରୁ ଗୋଟିଏ ଶିଷ୍ୟ କରିବା ବିଷୟ ଅଟେ, ତାହାର ଅର୍ଥ ଏହା ଯେ ପ୍ରତ୍ୟେକ ଶିଷ୍ୟ ଯିଏ ଯୀଶୁଙ୍କ ଅନୁଗମନ କରେ ସେ ମଧ୍ୟ କିପରି ଶିଷ୍ୟ କରିବାକୁ ହେବ ତାହା ଶିଖିବାକୁ ହେବ ।
କିଛି ବନ୍ଧୁଙ୍କୁ ଏକତ୍ରିତ କରନ୍ତୁ କିମ୍ବା ଏକ ଛୋଟ ଗୋଷ୍ଠୀ ସହିତ ଏହି ପାଠ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ । ନିଜସ୍ୱ ପ୍ରଶିକ୍ଷଣ ଗୋଷ୍ଠୀ ସୃଷ୍ଟି କରନ୍ତୁ ଏବଂ ଆପଣଙ୍କ ଅଗ୍ରଗତି ଉପରେ ନଜର ରଖନ୍ତୁ ।