ଅଧିବେଶନ 1

ଯୁମେରେ ଆପଣଙ୍କୁ ସ୍ୱାଗତ
ଆହୋରଣ କରନ୍ତୁ (ଡାଉନ୍‍‍ଲୋଡ୍)

ଆପଣ ଏହି ଅଧିବେଶନ ପାଇଁ ଏକ ଡିଜିଟାଲ୍ ପିଡି‍ଏଫ୍‍‍ରେ ଅନୁସରଣ କରିପାରିବେ, କିନ୍ତୁ ଦୟାକରି ସୁନିଶ୍ଚିତ କରୁନ୍ତୁ ଯେପରିକି ଆପଣଙ୍କ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଖେ ଭବିଷ୍ୟତ ଅଧିବେଶନଗୁଡ଼ିକ ପାଇଁ ଏକ ମୁଦ୍ରିତ ପ୍ରତି ରହିଛି ।

ସହାୟକ ପୁସ୍ତିକା ଆହୋରଣ (ଡାଉନ୍‍‍ଲୋଡ୍) କରନ୍ତୁ 

ଦଳିୟ ପ୍ରାର୍ଥନା (୫ମିନିଟ୍‍)
ପ୍ରାର୍ଥନାର ସହ ଆରମ୍ଭ କରନ୍ତୁ, ପବିତ୍ର ଆତ୍ମାଙ୍କ ବିନା ଆଧ୍ୟାତ୍ମିକ ଅନ୍ତଦୃଷ୍ଟି ଓ ପରିବର୍ତ୍ତନ ସମ୍ଭବ ହୁଏ ନାହିଁ | ଏହି ଅଧିବେଶନରେ ଆପଣଙ୍କ ମାର୍ଗଦର୍ଶନ କରିବାକୁ ଏକ ଦଳଗୋତ ଭାବେ ତାଙ୍କୁ ଆମନ୍ତ୍ରଣ କରିବାକୁ ସମୟ ଦିଅନ୍ତୁ ।

ଦେଖନ୍ତୁ ଏବଂ ଚର୍ଚ୍ଚା କରନ୍ତୁ (୫ମିନିଟ୍‍)
ଦେଖନ୍ତୁ
ଈଶ୍ୱର ସାମାନ୍ୟ କାର୍ଯ୍ୟ କରୁଥିବା ସାଧାରଣ ଲୋକମାନଙ୍କୁ ବୃହତ୍‍ ପ୍ରଭାବ ନିମନ୍ତେ ବ୍ୟବହାର କରନ୍ତି ।
ଚର୍ଚ୍ଚା କରନ୍ତୁ
ଯଦି ଯୀଶୁ ଆପଣା ପ୍ରୋତ୍ୟେକ ଅନୁଗାମୀ ତାଙ୍କ ମହାନ୍ ନିର୍ଦ୍ଦେଶ ପାଳନ କରନ୍ତୁ ବୋଲି ଇଛା କରନ୍ତି, ତେବେ କାହିଁକି ଅତି ଅଳ୍ପ ଲୋକ ଶିଷ୍ୟ ନିର୍ମାଣ କରନ୍ତି?

ଦେଖନ୍ତୁ ଏବଂ ଚର୍ଚ୍ଚା କରନ୍ତୁ (୫ମିନିଟ୍‍)
ଦେଖନ୍ତୁ
ଏକ ଶିଷ୍ୟ କ'ଣ ଅଟେ? ଏବଂ ତୁମେ କିଭଳି ଗୋଟିଏ ତିଆରି କରିବ? ଯୀଶୁ ତାଙ୍କର ମହାନ ଆଜ୍ଞାରେ ଆମକୁ ଯାହା କହିଛନ୍ତି ତାହା ତାଙ୍କର ଏକ ଅନୁଗାମୀଙ୍କୁ କିପରି ଭାବରେ ଶିକ୍ଷା ଦେବା - ତାଙ୍କର ସମସ୍ତ ଆଜ୍ଞା ପାଳନ କରିବାକୁ?
ଚର୍ଚ୍ଚା କରନ୍ତୁ
  1. ତୁମେ ଯେତେବେଳେ ଚର୍ଚ୍ଚ ବିଷୟରେ ଚିନ୍ତା କର, ତୁମ ମନରେ କ'ଣ ଆସିଥାଏ?
  2. ତୁମ ମସ୍ତିଷ୍କରେ ଆସିଥିବା ଛବି ଏବଂ "ସାଧାରଣ ଚର୍ଚ୍ଚ" ବୋଲି ଯାହା ଭିଡିଓରେ ବର୍ଣ୍ଣନା କରାଯାଇଛି ସେଥିରେ ଫରକ୍ କ'ଣ?
  3. କେଉଁଟି ସଂଖ୍ୟା ବୃଦ୍ଧି କରିବାରେ ସହଜ ଅଟେ ବୋଲି ତୁମେ ଭାବୁଅଛ ଏବଂ କାହିଁକି?

ଦେଖନ୍ତୁ ଏବଂ ଚର୍ଚ୍ଚା କରନ୍ତୁ (୫ମିନିଟ୍‍)
ଦେଖନ୍ତୁ
ଆମେ ନିଶ୍ୱାସ ନେଉଁ । ଆମେ ପ୍ରଶ୍ୱାସ ଛାଡ଼ୁ । ଆମେ ଜୀବିତ ଅଟୁ । ଆଧ୍ୟାତ୍ମିକ ଶ୍ୱାସପ୍ରକ୍ରିୟା ମଧ୍ୟ ସେହି ପ୍ରକାର ଅଟେ ।
ଚର୍ଚ୍ଚା କରନ୍ତୁ
  1. ଈଶ୍ୱରଙ୍କ ସ୍ୱରକୁ ଶୁଣିବା ଏବଂ ଚିହ୍ନିବାକୁ ଶିକ୍ଷା କରିବା କାହିଁକି ଗୁରୁତ୍ୱପୁର୍ଣ୍ଣ ଅଟେ?
  2. ପ୍ରଭୁଙ୍କ ସ୍ୱର ଶୁଣିବା ଓ ପ୍ରତିକ୍ରିୟା ଦେବା ଶ୍ୱାସପ୍ରକ୍ରିୟା ଭଳି ଅଟେ କି ? କାହିଁକି ଏବଂ କାହିଁକି ନୁହେଁ ?

ଶୁଣନ୍ତୁ ଏବଂ ସାଥେସାଥେ ପଢ଼ନ୍ତୁ (୩ମିନିଟ)
ପଢ଼ନ୍ତୁ

ଏସ୍.ଓ.ଏ.ପି.ଏସ୍ ବାଇବଲ ପଠନ

ଈଶ୍ୱରଙ୍କଠାରୁ ନିରନ୍ତର ଶ୍ରବଣକରିବା ତାଙ୍କ ସହ ଆମର ବ୍ୟକ୍ତିଗତ ସମ୍ପର୍କର ଏକ ମୁଖ୍ୟ ଉପାଦାନ ଅଟେ, ଏବଂ ଆମ ଚତୁଃପାର୍ଶ୍ୱରେ ସେ ଯାହା କରୁଅଛନ୍ତି ତାର ଆଜ୍ଞାକାରୀ ହୋଇ ସଂଲଗ୍ନ ହୋଇରହିବା ।

ଆପଣଙ୍କ ଜୁମେ ସହାୟକପୁସ୍ତିକାରେ "ଏସ୍.ଓ.ଏ.ପି.ଏସ୍ ବାଇବଲ ପଠନ" ଅନୁଭାଗ ଖୋଜନ୍ତୁ ଏବଂ ଅଡ଼ିଓ ସମୀକ୍ଷାକୁ ଶୁଣନ୍ତୁ ।

ଶୁଣନ୍ତୁ ଏବଂ ସାଥେସାଥେ ପଢ଼ନ୍ତୁ (୩ମିନିଟ)
ପଢ଼ନ୍ତୁ

ଉତ୍ତରଦାୟୀ ଦଳ ସମୁହ

ବାଇବଲ ଆମକୁ କହେ ଯେ ଯୀଶୁଙ୍କର ପ୍ରୋତ୍ୟେକ ଅନୁଗାମୀମାନଙ୍କୁ ଆମେ କ'ଣ କରୁ ଓ କହୁଁ ଓ ଆଲୋଚନା କରୁ ସେଥିପାଇଁ ଦିନେ ଜବାବ ଦେବାକୁ ପଡ଼ିବ । ଉତ୍ତରଦାୟୀ ଦଳ ପ୍ରସ୍ତୁତ ହେବାକୁ ଏକ ଉତ୍କୃଷ୍ଠ ପଥ ଅଟେ !

ଆପଣଙ୍କ ଜୁମେ ସହାୟକପୁସ୍ତିକାରେ "ଉତ୍ତରଦାୟୀ ଦଳ" ଅନୁଭାଗ ଖୋଜନ୍ତୁ ଏବଂ ନିମ୍ନରେ ଥିବା ଅଡ଼ିଓକୁ ଶୁଣନ୍ତୁ ।

ଅଭ୍ୟାସ କର (୪୫ମିନିଟ)
ବିଭାଜିତ ହୁଅ
ସମାନ ଲିଙ୍ଗର ଦୁଇ ଅଥବା ତିନି ଜଣ ଥିବା ଦଳରେ ବିଭାଜିତ ହୁଅନ୍ତୁ ।
ବିତରଣ କରନ୍ତୁ
ଉତ୍ତରଦାୟୀ ପ୍ରଶ୍ନ ଗୁଡ଼ିକ ଉପରେ ସମସ୍ତେ ମିଶି କାର୍ଯ୍ୟକରିବାକୁ ଆଗାମୀ ୪୫ମିନିଟ ସମୟ ବିତାନ୍ତୁ । ଆପଣଙ୍କ ତାଲିକା ୨ୟ ରେ ଥିବା "ଉତ୍ତରଦାୟୀ ଦଳ ସମୁହ" ଅନୁଭାଗରେ । ଜୁମେ ସହାୟକପୁସ୍ତିକା.

ଆଶା କରୁଅଛୁ (ଆଗକୁ ଦେଖିବା)

ଅନେକ ଅଭିନ‍ନ୍ଦନ! ଆପଣ ଅଧିବେଶନ-୧ ସମାପ୍ତ କରିଛନ୍ତି ।

ଆଗାମୀ ଅଧିବେଶନ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ପରବର୍ତ୍ତି କାର୍ଯ୍ୟକଳାପ ଗୁଡ଼ିକ ନିମ୍ନରେ ଦିଆଯାଇଛି ।
ଆଜ୍ଞାବହ ହୁଅ
ଏସ୍.ଓ.ଏ.ପି.ଏସ୍ ଅଭ୍ୟାସ କରିବା ଆରମ୍ଭ କରନ୍ତୁ । ବର୍ତ୍ତମାନ ଏବଂ ଆପଣଙ୍କ ପରବର୍ତ୍ତୀ ପ୍ରଭାତ ସମୟ ମଧ୍ୟରେ ବାଇବଲ୍ ପଢ଼ିବା । ମାଥିଉ ୫-୭ ଉପରେ ଧ୍ୟାନ ଦିଅନ୍ତୁ, କମ୍‍ ରେ ଦିନରେ ଥରେ ଏହାକୁ ଅଧ୍ୟ‍ୟନ କରନ୍ତୁ । ଏସ୍.ଓ.ଏ.ପି.ଏସ୍ ଶୈଳି ବ୍ୟବହାର କରି ଏକ ଦୈନ‍ନ୍ଦିନ ଜର୍ଣ୍ଣାଲ୍ ରଖନ୍ତୁ ।
ବିତରଣ କରନ୍ତୁ
ଈଶ୍ୱରଙ୍କୁ ଏହା ମାଗିବାରେ ସମୟ ବିତାନ୍ତୁ ସେମାନେ କିଏ ହୋଇପାରନ୍ତି ଯାହାଙ୍କ ସାଥିରେ ଆପଣ ଏହି ଅଧିବେଶନରେ ଶିକ୍ଷା କରିଥିବା ଉପକରଣ ବ୍ୟବହାର କରି ଏକ ଉତ୍ତରଦାୟୀ ଦଳ ଗୋଠନ କରି ପାରନ୍ତି । ଯିବା ପୂର୍ବରୁ ଦଳଙ୍କ ସାଥିରେ ଏହି ବ୍ୟକ୍ତିଙ୍କ ନାମ ଅଭିବ୍ୟକ୍ତ କରନ୍ତୁ । ଉତ୍ତରଦାୟୀ ଦଳ ଆରମ୍ଭ କରିବା ଏବଂ ଆପଣଙ୍କ ସହ ସାପ୍ତାହିକ ବୈଠକ କରିବାକୁ ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରନ୍ତୁ ।
ପ୍ରାର୍ଥନା କରନ୍ତୁ
ପ୍ରାର୍ଥନା କରନ୍ତୁ ଯେପରିକି ଆପଣ ଈଶ୍ୱରଙ୍କ ଆଜ୍ଞାକାରି ହେବେ ଏବଂ ଆପଣଙ୍କ ସାଥିରେ ଓ ଆପଣ ଆଖପାଖରେ ଥିବା ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ତାଙ୍କୁ ଆମନ୍ତ୍ରଣ କରନ୍ତୁ !
#ଜୁମେ ପରିଯୋଜନା
ଆପଣଙ୍କ ଏସ୍‍.ଓ.ଏ.ପି.ଏସ୍‍ ବାଇବଲ୍‍ ଅଧ୍ୟ‍ୟନ କରୁଥିବା ଏକ ଚିତ୍ର ନେଇ ସୋସିଆଲ୍‍ ମିଡ଼ିଆରେ ବିତରଣ କରନ୍ତୁ ।