୩/୩ ଦଳ ସାକ୍ଷାତକାର ଶୈଳୀ
ଗୋଟିଏ ୩/୩ ଦଳ ("ତିନି-ତୃତୀୟାଂଶ" ବୋଲି ଉଚ୍ଚାରଣ କରାଯାଏ) ଏହା ସେମାନଙ୍କ ସମୟକୁ ଏକତ୍ର ତିନି ଭାଗରେ ବିଭକ୍ତ କରେ । ଏହି ଢାଞ୍ଚା ପ୍ରଭୁଙ୍କର ଅତୀତର ନେତୃତ୍ୱ, ଏକତ୍ର ପ୍ରଭୁଙ୍କଠାରୁ ଶୁଣିବା ଏବଂ ନିକଟ ଭବିଷ୍ୟତ୍ରେ ପ୍ରଭୁଙ୍କଠାରୁ ଦିଆଯାଇଥିବା ଯେକୌଣସି ମାର୍ଗଦର୍ଶନ ପ୍ରତି ଆଜ୍ଞାବହତା ନିମନ୍ତେ ଯୋଜନା କରିବାରେ ବିଶ୍ୱସ୍ତତା ପ୍ରତି ଆଲୋକପାତ କରିଥାଏ ।
ଏହି ୩/୩ ଦଳ ସାକ୍ଷାତକାର ଶୈଳୀ ଗୋଟିଏ ସାଧାରଣ ମଣ୍ଡଳୀ (କିମ୍ବା ଗୃହ ମଣ୍ଡଳୀ), ଗୋଟିଏ ନେତୃତ୍ୱ ପ୍ରକୋଷ୍ଠ କିମ୍ବା ସହକର୍ମୀ ପରାମର୍ଶଦାତା ଦଳ ନିମନ୍ତେ ବ୍ୟବହାର କରାଯାଇ ପାରିବ ।
ଏହା ଏହିପରି ଭାବେ କାମ କରିଥାଏ :
- ପଛକୁ ଦେଖନ୍ତୁ - ଦଳର ସମୟର ପ୍ରଥମ ତୃତୀୟାଂଶ ସେମାନେ ଏକତ୍ର ହେବା ଠାରୁ କ'ଣ ସବୁ ଘଟିଛି ତାହା ଦେଖିବାକୁ ବିତାଯାଏ ।
- ଦେଖନ୍ତୁ - ଦଳର ସମୟର ମଧ୍ୟମ ତୃତୀୟାଂଶ ମାନେ ଧର୍ମଶାସ୍ତ୍ର, ଆଲୋଚନା ଏବଂ ପ୍ରାର୍ଥନା ମାଧ୍ୟମ ଦେଇ ଈଶ୍ୱରଙ୍କ ଜ୍ଞାନ ଏବଂ ନିର୍ଦ୍ଦେଶନା ଦେଖିବା ନିମନ୍ତେ ବିତାଯାଏ ।
- ଆଗକୁ ଦେଖନ୍ତୁ - ଦଳର ସମୟର ଶେଷ ତୃତୀୟାଂଶ ମାନେ ଯାହା ଶିଖିଛନ୍ତି ତାହା ସେମାନେ ପ୍ରତ୍ୟେକେ କିପରି ପ୍ରୟୋଗ କରିପାରିବେ ଏବଂ ପାଳନ କରିବେ ତାହା ଦେଖିବାରେ ବିତାଯାଏ ।
୩/୩ ସାକ୍ଷାତକାର ର ରୁପରେଖ
ପଛକୁ ଦେଖନ୍ତୁ (ଆପଣଙ୍କ ସମୟର୧/୩ ଅଂଶ)
ଯତ୍ନ ଏବଂ ପ୍ରାର୍ଥନା : ପ୍ରତି ଜଣକ ସେମାନେ ଯାହା ପାଇଁ କୃତଜ୍ଞ ଅଟନ୍ତି ତାହା ଅନ୍ୟମାନଙ୍କୁ ପ୍ରକାଶ କରନ୍ତୁ । ତା'ପରେ ପ୍ରତିଜଣ ଯେଉଁ ବିଷୟରେ ସଂଘର୍ଷ କରୁଛନ୍ତି ତାହା ଅନ୍ୟମାନଙ୍କୁ ପ୍ରକାଶ କରିବା ଉଚିତ । ସେମାନେ ପ୍ରକାଶ କରିଥିବା ବିଷୟ ନିମନ୍ତେ ସେମାନଙ୍କ ଡାହଣରେ ଥିବା ବ୍ୟକ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଯଦି କେହି କୌଣସି ବିଷୟରେ ସଂଘର୍ଷ କରୁଥାଏ ଯାହା ଅଧିକ ଧ୍ୟାନ ଆବଶ୍ୟକ କରେ, ସେ ବ୍ୟକ୍ତିଙ୍କ ପାଇଁ ଯତ୍ନ ନେବାରେ ଲାଗି ରୁହନ୍ତୁ ।
ଦର୍ଶନ: ଏକତ୍ର ଗୀତ ଗାନ କରନ୍ତୁ ଏବଂ ଗୀତ ଗୁଡ଼ିକକୁ ଈଶ୍ୱରଙ୍କୁ ପ୍ରେମ କରିବା, ଅନ୍ୟମାନଙ୍କୁ ପ୍ରେମ କରିବା, ଅନ୍ୟମାନଙ୍କୁ ଯୀଶୁଙ୍କ ସହଭାଗୀ କରାଇବା, ନୁଆ ଦଳ ଆରମ୍ଭ କରିବା ଏବଂ ଅନ୍ୟମାନଙ୍କୁ ଏହା କରିବା ନିମନ୍ତେ ସାହାଯ୍ୟ କରିବା ବିଷୟ ପ୍ରତି ଜଡ଼ିତ କରନ୍ତୁ । ଏହାର ବିକଳ୍ପ ଭାବେ ବାଇବଲର ଅନୁଛେଦ ଗୁଡ଼ିକର ସହଭାଗୀ କରାଇ ପାରିବେ ଯାହା ଉପରୋକ୍ତ ବିଷୟ ସବୁ ପ୍ରକାଶ କରେ । ଉପସ୍ଥିତି ପ୍ରଦାନ : ପ୍ରତ୍ୟେକ ବ୍ୟକ୍ତି ସେମାନେ ଗତ ସପ୍ତାହରେ ଯାହା ପ୍ରତିବଦ୍ଧତା ଲେଖିଥିଲେ ତାହା କିପରି ସମ୍ପନ୍ନ କରିଥିଲେ ତାହା ଅନ୍ୟମାନଙ୍କୁ ପ୍ରକାଶ କରନ୍ତୁ :
- ଆପଣ ଯାହା ଶିଖିଛନ୍ତି ତାହା କିପରି ପାଳନ କଲେ?
- ଆପଣ ଯାହା ଶିଖିଛନ୍ତି ତାହା କାହାକୁ ପ୍ରଶିକ୍ଷଣ କରିଛନ୍ତି?
- କାହା ସହିତ ଆପଣ ଆପଣଙ୍କ ବିଷୟ କିମ୍ବା ଈଶ୍ୱରଙ୍କ ବିଷୟରେ ସହଭାଗୀ କରାଇ ଅଛନ୍ତି?
ଯଦି ସେମାନେ କିଛି ପ୍ରତିବଦ୍ଧତା ସମ୍ପନ୍ନ କରିବାକୁ ଭୁଲି ଗଲେ କିମ୍ବା ତାହା କରିବାକୁ ସୁଯୋଗ ପାଇ ନାହାଁନ୍ତି, ତା'ହେଲେ ସେଇ ପ୍ରତିବଦ୍ଧ ଗୁଡ଼ିକ ଏଇ ସପ୍ତାହର ପ୍ରତିବଦ୍ଧ ସହିତ ଯୋଗ କରାଯିବା ଉଚିତ । ଯଦି ଜଣେ ଈଶ୍ୱରଙ୍କଠାରୁ ସ୍ପଷ୍ଟ ଭାବେ କିଛି ଶୁଣିଥିବା ବିଷୟକୁ ପାଳନ କରିବାକୁ ପ୍ରତ୍ୟାଖ୍ୟାନ କରେ ଏହାକୁ ମଣ୍ଡଳୀର ଅନୁଶାସନର ପ୍ରସଙ୍ଗ ବୋଲି ଧରିନେବା ଉଚିତ ।
ଦେଖନ୍ତୁ (ଆପଣଙ୍କ ସମୟର୧/୩ ଅଂଶ)
ପ୍ରାର୍ଥନା କରନ୍ତୁ : ଈଶ୍ୱରଙ୍କ ସହିତ ସରଳ ଏବଂ ସଂକ୍ଷିପ୍ତ ଭାବେ କଥା ହୁଅନ୍ତୁ । ଏହି ଶାସ୍ତ୍ରାଂଶକୁ ଶିକ୍ଷା ଦେବା ନିମନ୍ତେ ଈଶ୍ୱରଙ୍କୁ ମାଗନ୍ତୁ ।
ପଢ଼ନ୍ତୁ ଏବଂ ଆଲୋଚନା କରନ୍ତୁ : ଏହି ସପ୍ତାହର ଶାସ୍ତ୍ରାଂଶ ପଢ଼ନ୍ତୁ । ନିମ୍ନରେ ଥିବା ପ୍ରଶ୍ନ ଗୁଡ଼ିକ ଆଲୋଚନା କରନ୍ତୁ :
- ଏହି ଶାସ୍ତ୍ରାଂଶରେ କ'ଣ ଭଲ ଲାଗିଲା?
- ଏହି ଶାସ୍ତ୍ରାଂଶରେ କ'ଣ ଆପଣଙ୍କୁ ଆହ୍ୱାନପୂର୍ଣ୍ଣ କିମ୍ବା ବୁଝିବାକୁ କଷ୍ଟସାଧ୍ୟ ଲାଗିଲା?
ପୁଣିଥରେ ଏ ସପ୍ତାହର ଶାସ୍ତ୍ରାଂଶକୁ ପଢ଼ନ୍ତୁ ।
- ଏହି ଶାସ୍ତ୍ରାଂଶରୁ ଆମେ ଲୋକମନଙ୍କ ବିଷୟରେ କ'ଣ ଶିକ୍ଷା କରି ପାରିବା?
- ଏହି ଶାସ୍ତ୍ରାଂଶରେ ଆମ୍ଭେମାନେ ଈଶ୍ୱରଙ୍କ ବିଷୟରେ କ'ଣ ଶିକ୍ଷା କରି ପାରିବା?
ଆଗକୁ ଦେଖନ୍ତୁ (ଆପଣଙ୍କ ସମୟର୧/୩ ଅଂଶ)
ପାଳନ କରନ୍ତୁ, ପ୍ରଶିକ୍ଷଣ କରନ୍ତୁ, ଅଂଶୀଦାର କରନ୍ତୁ : ଅନ୍ତତଃ ପାଞ୍ଚ ମିନିଟ୍ ନୀରବ ପ୍ରାର୍ଥନା କରନ୍ତୁ । ଦଳର ସମସ୍ତେ ପବିତ୍ରଆତ୍ମାଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର କିପରି ଦେବେ ସେମାନଙ୍କୁ ଦେଖାଇବାକୁ ପ୍ରାର୍ଥନା କରନ୍ତୁ, ତା'ପରେ ପ୍ରତିବଦ୍ଧତା କରନ୍ତୁ । ସମସ୍ତେ ପ୍ରତିବଦ୍ଧତା ଲେଖିବା ଉଚିତ ଯାହା ସେମାନେ ବିଜ୍ଞତାର ସହିତ ଲୋକମାନଙ୍କ ପାଇଁ ପ୍ରାର୍ଥନା କରି ପାରିବେ ଏବଂ ସେମାନଙ୍କୁ ଉତ୍ତରଦାୟୀ କରିପାରିବେ । ସେମାନେ ପ୍ରତି ସପ୍ତାହରେ ପ୍ରତି ପ୍ରଶ୍ନ ସହିତ ଜଡ଼ିତ କିଛି ବିଷୟ ଶୁଣି ନ ପାରନ୍ତି । ସେମାନେ ଉଲ୍ଲେଖ କରିବା ଉଚିତ ଯଦି ସେମାନେ ଗୋଟିଏ ପ୍ରତିକ୍ରିୟା ଅଂଶୀଦାର କରନ୍ତି ଯାହା ସେମାନେ ନିଶ୍ଚିତ ନୁହଁନ୍ତି ଯେ ସେମାନେ ଈଶ୍ୱରଙ୍କଠାରୁ ଶୁଣିଛନ୍ତି, କିନ୍ତୁ ସେମାନେ ଭାବନ୍ତି ଯେ ଏହା ଏକ ଉତ୍ତମ ଧାରଣା ହୋଇପାରେ କାରଣ ଉତ୍ତରଦାୟୀତ୍ୱ ସେ କ୍ଷେତ୍ରରେ ଏକ ଭିନ୍ନ ସ୍ତରରେ ପରିଚାଳନା କରାଯିବ ।
- ମୁଁ କିପରି ଏହି ଶାସ୍ତ୍ରାଂଶକୁ ପ୍ରୟୋଗ କରିପାରିବି ଏବଂ ପାଳନ କରି ପାରିବି?
- କାହାକୁ ମୁଁ ଏହି ଶାସ୍ତ୍ରାଂଶ ବିଷୟରେ ପ୍ରଶିକ୍ଷଣ କରିବି କିମ୍ବା ଅଂଶୀଦାର କରିବି ?
- କାହା ସହିତ ଈଶ୍ୱର ଏ ସପ୍ତାହରେ ମୋତେ ମୋର ବିଷୟକୁ (ସାକ୍ଷ୍ୟ) ଏବଂ/କିମ୍ବା ଈଶ୍ୱରଙ୍କ ବିଷୟରେ ସହଭାଗୀ କରିବାକୁ ଚାହାଁନ୍ତି?
ଅଭ୍ୟାସ : ଦୁଇ କିମ୍ବା ତିନି ଜଣଙ୍କର ଦଳରେ, ପ୍ରଶ୍ନ ୫, ୬ କିମ୍ବା ୭ରେ ଆପଣ ଯାହା ପ୍ରତିବଦ୍ଧ କରିଛନ୍ତି ଆଭ୍ୟାସ କରନ୍ତୁ । ଉଦାହରଣ ସ୍ୱରୁପ, ଗୋଟିଏ କଠିଣ ବାର୍ତ୍ତାଳାପରେ କିମ୍ବା ପରୀକ୍ଷାର ସମ୍ମୁଖୀନ ହେବା ଭୁମିକା ଗ୍ରହଣ କରନ୍ତୁ ; ଆଜିର ଶାସ୍ତ୍ରାଂଶ ଶିଖାଇବା ଅଭ୍ୟାସ କରନ୍ତୁ କିମ୍ବା ସୁସମାଚାର ଅଂଶୀଦାର କରିବା ଅଭ୍ୟାସ କରନ୍ତୁ ।
ଈଶ୍ୱରଙ୍କ ସହିତ କଥା ହୁଅନ୍ତୁ : ସେଇ ଏକା ଦୁଇ କିମ୍ବା ତିନି ଜଣଙ୍କ ଦଳରେ, ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ବ୍ୟକ୍ତିଗତ ଭାବେ ପ୍ରାର୍ଥନା କରନ୍ତୁ । ଏଇ ସପ୍ତାହରେ ଯେଉଁ ଲୋକମାନେ ଯୀଶୁଙ୍କ ବିଷୟରେ ଶୁଣିବେ ସେମାନଙ୍କ ହୃଦୟକୁ ପ୍ରସ୍ତୁତ କରିବାକୁ ଈଶ୍ୱରଙ୍କୁ ମାଗନ୍ତୁ । ଆପଣ ଦେଇଥିବା ପ୍ରତିବଦ୍ଧତାରେ ଆଜ୍ଞାବହ ହେବା ପାଇଁ ଆପଣଙ୍କୁ ଶକ୍ତି ଏବଂ ଜ୍ଞାନ ଦେବାକୁ ତାହାଙ୍କୁ ପ୍ରାର୍ଥନା କରନ୍ତୁ । ଏହା ହେଉଛି ବୈଠକର ସମାପ୍ତି ।
ନିଜକୁ ପଚାରନ୍ତୁ
- ଆପଣ ଗୋଟିଏ ୩/୩ ଦଳ ଏବଂ ଗୋଟିଏ ବାଇବଲ ଅଧ୍ୟୟନ ଦଳ କିମ୍ବା ଆପଣ ଅତୀତରେ ଅଂଶଗ୍ରହଣ କରିଥିବା ଛୋଟ ଦଳ (କିମ୍ବା ଶୁଣିଥିବା) ମଧ୍ୟରେ କିଛି ପାର୍ଥକ୍ୟ ହେଖୁଛନ୍ତି କି? ଯଦି ହଁ, ଉକ୍ତ ପାର୍ଥକ୍ୟ ଗୁଡ଼ିକ କିପରି ଦଳକୁ ପ୍ରଭାବ ପକାଇବ ?
- ଗୋଟିଏ ୩/୩ ଦଳକୁ ଏକ ସାଧାରଣ ମଣ୍ଡଳୀ ବୋଲି ବିବେଚନା କରାଯାଇ ପାରିବ କି? କାହିଁକି କିମ୍ବା କାହିଁକି ନାହିଁ ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ